Monday 18 March 2019

ବିଶ୍ଵ ଜଳ ଦିବସ - ଆମ ପାଇଁ ଆହ୍ଵାନ


ବିଶ୍ଵରେ ୨.୧ ବିଲିୟନ ଲୋକଙ୍କ ଘରେ ବିଶୁଦ୍ଧ ପାନୀୟ ଜଳର ସୁବିଧା ନାହଁ । ପ୍ରତି ୪ ଟିରୁ ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ପାନୀୟଜଳ ର କୌଣସି ସୁବିଧା ନଥିବାରୁ ପିଲାମାନେ ଅସୁରକ୍ଷିତ ଉତ୍ସରୁ ପାଣି ପିଉଛନ୍ତି ନଚେତ୍ ଶୋଷରେ ରହୁଛନ୍ତି । ବିଶୁଦ୍ଧ ପାନୀୟ ଜଳର ଅଭାବ ଓ ଅସ୍ଵସ୍ଥିକର ପରିବେଶ ଯୋଗୁଁ  ପ୍ରତିଦିନ ପାଞ୍ଚବର୍ଷ ବୟସ ମଧ୍ୟରେ ୭୦୦ ପିଲା ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ସାରା ବିଶ୍ଵରେ ଅସୁରକ୍ଷିତ ଉତ୍ସରୁ ଜଳ ବ୍ୟବହାର କରୁଥିବା ୮୦ ପ୍ରତିଶତ ଲୋକ ଗ୍ରାମରେ ବସବାସ କରନ୍ତି । ପାନୀୟ ଜଳର ସୁବିଧା ନଥିବା ପ୍ରାୟ ଦଶ ରୁ ଆଠ ଘରେ ମହିଳା ଓ ଝିଅ ମାନେ ପାଣି ବୋହି ଆଣିବା କାର୍ଯ୍ୟ କରିଥାନ୍ତି । ପାନୀୟ ଜଳର ଅଭାବ ଯୋଗୁଁ ୬୮.୫ ମିଲିୟନ ଲୋକ ନିଜ ଜାଗା ବା ଘର ଛାଡିବା ପାଇଁ ବାଧ୍ୟ ହୋଇଥାନ୍ତି । ପାଖାପାଖି ୧୫୯ ମିଲିୟନ ଲୋକ ଭୁପୃଷ୍ଠ ରେ ଥିବା ଜଳର ଉତ୍ସ ଯଥା ପୋଖରୀ, ନଦୀ ବା ଝରଣା ଇତ୍ୟାଦିରୁ ପାନୀୟ ଜଳ ସଂଗ୍ରହ କରିଥାନ୍ତି ।  ପାଖାପାଖି ୪ ବିଲିୟନ ଲୋକ – ସମଗ୍ର ବିଶ୍ଵର ଦୁଇ ତୃତୀୟାଂଶ ବର୍ଷରେ ଅତିକମ୍ ରେ ଏକମାସ ଜଳ ଅଭାବ ଜନିତ କଷ୍ଟ ଭୋଗ କରିଥାନ୍ତି ପ୍ରତିଦିନ ୮୦୦ ମହିଳା ଗର୍ଭଧାରଣରେ ଜଟିଳତା ଓ ଶିଶୁ ଜନ୍ମ ଜନିତ ସମସ୍ୟା ଯୋଗୁଁ ମୃତ୍ୟ ମୁଖରେ ପଡିଥାନ୍ତି ୨୦୩୦ ସୁଧା ୭୦୦ ମିଲିୟନ ଲୋକ ଉତ୍କଟ ଜଳାଭାବ ଜନିତ ସମସ୍ୟା ପାଇଁ ବାସଚ୍ୟୁତ ହୋଇପାରନ୍ତି । ଆଜିମଧ୍ୟ ଏକ ବିଲିୟନ ଲୋକ ବିଶୁଦ୍ଧ ପାନୀୟ ଜଳ ବିନା ବଞ୍ଚିଛନ୍ତି । ସେମାନଙ୍କ ଘର, ବିଦ୍ୟାଳୟ, କର୍ମସ୍ଥଳ, ଚାଷଜମି ଏବଂ କାରଖାନା ତିଷ୍ଠି ରହିବା ଓ ଉନ୍ନତି କରିବା ପାଇଁ ନିୟମିତ ସଂଘର୍ଷ କରୁଛି । ସ୍ଵଚ୍ଛ ଓ ବିଶୁଦ୍ଧଜଳ କୁ ବ୍ୟବହାର କ୍ଷେତ୍ରରେ କିଛି ନିର୍ଦ୍ଧିଷ୍ଟ ବର୍ଗ ବିଶେଷ କରି ମହିଳା, ଶିଶୁ, ଶରଣାର୍ଥୀ, ଆଦିବାସୀ, ଭିନ୍ନକ୍ଷମ ଇତ୍ୟାଦି ପ୍ରାୟ ଉପେକ୍ଷିତ ଏବଂ ସେମାନେ ବୈଷମ୍ୟ ବା ଭେଦଭାବର ର ସମ୍ମୁଖୀନ ହୋଇଥାନ୍ତି 
ଲୋକମାନେ ବିଭିନ୍ନ କାରଣ ପାଇଁ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଲିଙ୍ଗଗତ, ଜାତିଗତ, ଜାତି, ଧର୍ମ, ଜନ୍ମ, ବର୍ଣ୍ଣ, ଭାଷା ଓ ଜାତୀୟତା, ଭିନ୍ନକ୍ଷମ, ବୟସ, ସ୍ୱାସ୍ଥ୍ୟ ଅବସ୍ଥା, ସମ୍ପତ୍ତି, ଆର୍ଥିକ ଓ ସାମାଜିକ ସ୍ଥିତି, ପରିବେଶ ପ୍ରଦୁଷଣ, ଜଳବାୟୁ ର ପରିବର୍ତ୍ତନ, ଜନସଂଖ୍ୟା ର ବୃଦ୍ଧି, ଦ୍ଵନ୍ଦ, ଜବରଦସ୍ତି ଉଚ୍ଛେଦ, ସ୍ଥାନାନ୍ତରଣ ଇତ୍ୟାଦି ଲୋକମାନଙ୍କ ପାଇଁ ଜଳ ସମସ୍ୟା ସୃଷ୍ଟି କରିଥାଏ
ଜୀବନ ପାଇଁ ଜଳ ଅତ୍ୟନ୍ତ ଜରୁରୀ । ଏହାର ଉପଯୋଗ କେବଳ ଶୋଷ ମେଣ୍ଟାଇବା ବା ଶରୀର ସୁରକ୍ଷା ନୁହେଁ ଆହୁରି ଅନେକଜଳ କାମ ସୃଷ୍ଟି କରିବା, ଆର୍ଥିକ ସ୍ଥିତି କୁ ସମର୍ଥନ ଦେବା, ସାମାଜିକ ଏବଂ ମନୁଷ୍ୟ ର ଉନ୍ନତି ପାଇଁ ଅପରିହାର୍ଯ୍ୟ ବିଶ୍ଵ ଜଳ ଦିବସ କୁ ପ୍ରତିବର୍ଷ ମାର୍ଚ୍ଚ ୨୨ ତାରିଖରେ ମଧୁରଜଳ ର ମହତ୍ଵ କୁ ଦର୍ଶାଇବା ପାଇଁ ପାଳନ କରାଯାଏ । ୧୯୯୩ ମସିହାରେ ଜାତିସଂଘ ଦ୍ଵାରା ନାମିତ ପ୍ରଥମ ବିଶ୍ଵ ଜଳ ଦିବସ ପାଳନ କରଯାଇଥିଲା । ଏହି ଦିନ ମଧୁର ଜଳ ଉତ୍ସ ଗୁଡିକୁ ସରଂକ୍ଷଣ କରିବା ନିମନ୍ତେ ପ୍ରଚାର କରାଯାଏ । ବିଶ୍ଵ ଜଳ ଦିବସ ଦିନ ଶିକ୍ଷଣୀୟ କାର୍ଯ୍ୟପନ୍ଥା, ନାଟକ, ସଙ୍ଗୀତ, ପରିବେଶ ସମ୍ବଧୀୟ ପ୍ରଚାର ଆଦି ସାରା ବିଶ୍ଵରେ କରାଯାଏ। ଏ ବର୍ଷର ବିଶ୍ଵ ଜଳ ଦିବସର ବିଷୟବସ୍ତୁ ହେଉଛି “କାହାକୁ ପଛରେ ଛାଡିବାନି”ଏହି ବିଷୟ କୁ ୨୦୩୦ ନିରନ୍ତର ବିକାଶର (SDG) କାର୍ଯ୍ୟସୂଚୀ ରୁ ନିଆଯାଇଛି । କାରଣ ନିରନ୍ତର ବିକାଶ ଦ୍ଵାରା ସମସ୍ତେ ଉପକୃତ ହେବେ । ଏସଡ଼ିଜି – ୬ ର ଲକ୍ଷ୍ୟ ୨୦୩୦ ସୁଧା ନିରନ୍ତର ରକ୍ଷଣାବେକ୍ଷଣ ଦ୍ଵାରା ସମସ୍ତଙ୍କ ପାଇଁ ବିଶୁଦ୍ଧ ଜଳ ସୁବିଧା । ଘରେ ଘରେ ସହଜଲଭ୍ୟ ଓ ସଂକ୍ରମିତ ନହୋଇଥିବା ଜଳକୁ ବିଶୁଦ୍ଧ ପାନୀୟଜଳ କୁହାଯାଏ । ଆମେ ଯେଉଁଠାରେ ଥାଉ ବା ଯେକେହିବି ହେଇଥାଉ ଜଳ ହେଉଛି ଆମର ମାନବିକ ଅଧିକାର । ପାନୀୟ ଜଳ ର ସହଜ ଲଭ୍ୟତା ଓ ଜନସ୍ଵାସ୍ଥ୍ୟ, ନିରନ୍ତର ବିକାଶ, ସ୍ଥିର ଓ ସମୃଦ୍ଧ ପୃଥିବୀ ପାଇଁ ଅତ୍ୟନ୍ତ ମହତ୍ଵପୂର୍ଣ ଯଦି ବହୁ ଲୋକଙ୍କ ପାଖରେ ବିଶୁଦ୍ଧ ଜଳ ର ସୁବିଧା ନଥିବ ତେବେ ବିଶ୍ଵ ଏକ ସମାଜ ରୂପେ କେବେବି ଆଗକୁ ବଢିପାରିବ ନାହିଁ । ୨୦୧୦ ରେ ଜାତିସଂଘ ସମସ୍ତଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଓ ସ୍ଵଚ୍ଛତା କୁ ମାନବ ଅଧିକାର ରୂପେ ସୀକୃତି ପ୍ରଦାନ କରିଥିଲା କାରଣ ଏହା ଜୀବନକୁ ପୂର୍ଣ ମାତ୍ରାରେ ଉପଭୋଗ କରିବା ଓ ସବୁ ମାନବ ଅଧିକାର ର ପାଳନ ପାଇଁ ଅତ୍ୟନ୍ତ ଜରୁରୀ। “କାହାକୁ ପଛରେ ଛାଡିବାନି” ର ମାନେ ଆମେ ଯେଉଁ ମାନେ ଉପେକ୍ଷିତ ସେମାନଙ୍କୁ ଜଳ ଅଧିକାର ର ଅନ୍ତର୍ଭୁକ୍ତ କରିବା। ନିୟନ୍ତ୍ରକ ଓ ଆଇନ ବ୍ୟବସ୍ଥା ସମସ୍ତଙ୍କର ଜଳ ଅଧିକାରକୁ ସୀକୃତି ଦବା ଉଚିତ୍ ତଥା ବିଭିନ୍ନ ପ୍ରକାରର ସଚେତନତା ଅଭିଯାନ କରିବା ଉଚିତ୍ ଏଥିସହିତ ପିଲାମାନେ ଓ ଯୁବକ ଗୋଷ୍ଟୀ ପରିବେଶ ର ସରଂକ୍ଷଣ ପାଇଁ କାମ କରିବା, ପାଣିର ଅପବ୍ୟବହାର କୁ ରୋକିବା, ଭୂତଳ ଜଳର ସରଂକ୍ଷଣ, ବର୍ଜ୍ୟ ଜଳକୁ ବିଭିନ୍ନ କାମରେ ଉପଯୋଗ କରିବା, ବର୍ଷା ଜଳର ସରଂକ୍ଷଣ, ମୃତ୍ତିକା ସରଂକ୍ଷଣ, ବୃକ୍ଷ ରୋପଣ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ନୂତନ ଉଦ୍ୟମ, ଲୋକମାନଙ୍କୁ ଜଳ ସରଂକ୍ଷଣ ର ମହତ୍ଵ ଏବଂ ଜଳ ଉତ୍ସ ଗୁଡିକର ଉପଯୁକ୍ତ ରକ୍ଷଣାବେକ୍ଷଣା ଇତ୍ୟାଦି ଆଜି ଦିନର ଆମ ସମସ୍ତଙ୍କ ପାଇଁ ଆହ୍ଵାନ।          
ଜଳ ଆମ ଜୀବନ, ଜୀବନ ଜଳ । ଜଳର ଅପଚୟ ଓ ସଂକ୍ରମିତ ଜଳ ନିଶ୍ଚିନ୍ତ ଭାବରେ ଏ ପୃଥିବୀ ପାଇଁ ଏକ ବିରାଟ ସମସ୍ୟା ନେଇ ଆସିଛି ଏବେଠାରୁ ଯଦି ଆମେ ଜଳର ରକ୍ଷଣାବେକ୍ଷଣ, ସରଂକ୍ଷଣ ଓ ବିଶୁଦ୍ଧତା ପ୍ରତି ସଚେତନ ନହେବା ତେବେ ନିଶ୍ଚିନ୍ତ ଭାବରେ ଏ ପୃଥିବୀ ଧ୍ଵଂସ ମୁଖକୁ ଯିବ । ଏ ବିଷୟରେ ଯୁବଗୋଷ୍ଟୀ ତଥା ଜନସାଧାରଣ ସମସ୍ତଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ ।       


ଅନୁରାଧା ମହାନ୍ତି,
କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା, ପିକକ୍  
anuradhabbsr2015@gmailcom     


No comments:

Post a Comment